LEKHANIMEDIA
ଆୟୁର୍ବେଦ

ଆୟୁର୍ବେଦ ଚିକିତ୍ସାରେ ଲବଙ୍ଗ

ରିପୋର୍ଟ: Bapuni Prabira 8 ଟି ଖବର

May 18, 2026 • 03:04 AM

11 Reads
News Image
ବିଶ୍ୱର ସର୍ବପୁରାତନ ଚିକିତ୍ସା ପଦ୍ଧତି ଆୟୁର୍ବେଦ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଆୟୁର୍ବେଦର ସ୍ଥାନ ବହୁ ଉର୍ଦ୍ଧ୍ଵରେ । ଏନ୍ତୁଡ଼ିଶାଳରୁ ଆରମ୍ଭକରି ମଶାଣୀ ପର୍ଯ୍ୟନ୍ତ ମଣିଷ ଜୀବନରେ ଆୟୁର୍ବେଦର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭଗବାନ୍‌ଙ୍କ ସୃଷ୍ଟିରେ ସଂସାରରେ ଏମିତି କୌଣସି ବୃକ୍ଷଲତା, ଫଳ, ଫୁଲ ନାହିଁ, ଯାହାର କିଛି ଔଷଧୀୟ ଗୁଣ ନାହିଁ । ତନ୍ମମଧ୍ୟରୁ ଲବଙ୍ଗ ଅନ୍ୟତମ । ସାଧାରଣତଃ ଲବଙ୍ଗର ବ୍ୟବହାର ମୁଖ ଦୁର୍ଗନ୍ଧ କିମ୍ୱା ମସଲା ରୂପରେ ବ୍ୟବହାର ହୋଇଥାଏ । କିନ୍ତୁ ଏଥିରେ ଔଷଧୀୟ ଗୁଣ ପ୍ରଚୁର ମାତ୍ରାରେ ଭରପୁର ହୋଇ ରହିଅଛି । ଭାରତବର୍ଷର କେରଳ ତଥା ତାମିଲ୍‌ନାଡୁରେ ଲବଙ୍ଗ ଚାଷ କରାଯାଇଥାଏ । ଭାରତବର୍ଷରେ ଏହାର ବହୁଳ ବ୍ୟବହାର କାରଣରୁ ଲବଙ୍ଗକୁ ବିଦେଶରୁ ମଧ୍ୟ ମଗାଯାଇଥାଏ । ପ୍ରାୟତଃ ଲବଙ୍ଗ ଗଛରେ ୯ ବର୍ଷ ପରେ ଫୁଲ ଧରିଥାଏ । ଏହି ଫୁଲକୁ ଶୁଖାଇ ଲବଙ୍ଗ ରୂପେ ବ୍ୟବହାର କରାଯାଏ ।

ଏହି ଖବରକୁ ସେୟାର୍ କରନ୍ତୁ

ସମ୍ପର୍କିତ ଖବର

ଆୟୁର୍ବେଦ ଚିକିତ୍ସାରେ ଖଜୁରୀ

କେତେ ଦରକାରୀ ଗଙ୍ଗଶିଉଳି

ଆହୁରି ଖବର ପଢନ୍ତୁ

© 2026 Lekhani Media. Made in Odisha.